ବେସନ କୁକୁଡ଼ା ମାଂସ ପକୁଡି

 

ଚିକେନ୍ ପାକୋଡା ଭାରତର ସବୁଠାରୁ ଲୋକପ୍ରିୟ ଖାଦ୍ୟ ପଦାର୍ଥ ମଧ୍ୟରୁ ଗୋଟିଏ | ଲୋକମାନେ ଚିକେନ୍ ଜିନିଷ ଖାଇବାକୁ ଭଲ ପାଆନ୍ତି | ଓଡିଶାର ଆମର ଲେଖକ ପୁଷ୍ପା ଲତା ଜେନା ଏହି ବିଶେଷ ରେସିପି ଲେଖିଛନ୍ତି ଯାହାର ନାମ ହେଉଛି "ବେସାନ୍ ଚିକେନ୍ ପାକୋଡା" .ପାକୋଡା ତିଆରି କରିବା ପାଇଁ ଉପାଦାନ ଏବଂ ପଦକ୍ଷେପଗୁଡ଼ିକ ଦେଖିବା |


ଆପଣ ଙ୍କୁ ଦରକାର ଥିବା ସାମଗ୍ରୀ !!

  • ୧/୨ କିଲୋ କୁକୁଡ଼ା ମାଂସ (ହାଡ଼ ନ ଥିବା)
  • ଲୁଣ ସ୍ୱାଦ ଅନୁସାରେ
  • ୧ ଚାମଚ ଅଦା ରସୁଣ ବଟା
  • ୨ କପ ବେସନ
  • ୧ ଚାମଚ ଲଙ୍କା ଗୁଣ୍ଡ
  • ୧ ଚାମଚ ଜିରା
  • ୧ ଚାମଚ କୁକୁଡ଼ା ମାଂସ ମସଲା
  • ଟିକେ ବେକିଙ୍ଗ ସୋଡ଼ା
  • ଛାଣିବା ପାଇଁ ତେଲ
  • କିଛି ଧନିଆ ପତ୍ର

ଆସନ୍ତୁ ତିଆରି କରିବା !!

୧. ପ୍ରଥମେ କୁକୁଡ଼ା ମାଂସ କୁ ରସୁଣ ଅଦା ବଟା ସାଙ୍ଗରେ ଭଲ ରେ ମିସାନ୍ତୁ କିଛି ଲୁଣ ପକାନ୍ତୁ ଏବଂ ୧୦ ମିନଟ ଛାଡ଼ି ଦିଅନ୍ତୁ

୨. ଏବେ ଅନ୍ୟ ସାମଗ୍ରୀ ସବୁ ବେସନ ସାଙ୍ଗରେ ମିଶାଇ କିଛି ସମୟ ପାଇଁ  ରଖନ୍ତୁ

୩. ବର୍ତମାନ ପାଣି ଦେଇ ଗୋଳେଇ ଦିଅନ୍ତୁ

୪. ମାନେ ରଖନ୍ତୁ ଯେପରି ବେଶୀ ପାଣିଆ ନ ହେଇ ଯାଏ

୫. ବର୍ତମାନ ତେଲ ଗରମ କରନ୍ତୁ

୬. ବର୍ତମାନ ମାଂସ ଖଣ୍ଡ ଗୋଟେ ଗୋଟେ କରି ବେସନ ରେ ବୁଡାଇ ଛାଣନ୍ତୁ

୭. ଛାଣି ସରିଲା ପରେ ଧନିଆ ପତ୍ର ରେ ସଜନ୍ତୁ ଏବଂ ଟମାଟୋ ସସ ସଂଗେ ଖାଇବକୁ ଦିଅନ୍ତୁ

ଆଶା କରୁଛୁ ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିବ | ଯଦି ହଁ ତାହେଲେ ସାଙ୍ଗ ମାନଙ୍କ ସହ ଏହି ପୋଷ୍ଟ କୁ ଶେୟାର କରନ୍ତୁ, ମନୋରଞ୍ଜନ ଦୁନିଆର ଅଧିକ ଖବର ପଢିବା ପାଇଁ ଏବଂ ଗ୍ଲାମର ନ୍ୟୁଜ ର ସମ୍ପୂର୍ଣ ଅପଡେଟ ପାଇଁ ଆଜି ହିଁ ଆମ ଇନଷ୍ଟାଗ୍ରାମ ପେଜ କୁ ଲାଇକ କରନ୍ତୁ| ୱେବସାଇଟ ବୁକମାର୍କ କରି ପ୍ରତିଦିନ ର ଅପଡେଟ ଚେକ କରନ୍ତୁ ତୁ । ଧନ୍ୟବାଦ
Previous Post Next Post