ମସଲାଯୁକ୍ତ କୁଞ୍ଚି ଫୁଲ ଆଳୁ ମସାଲା ଅତ୍ୟନ୍ତ ସ୍ୱାଦିଷ୍ଟ ଏବଂ ମସଲାଯୁକ୍ତ ରେସିପି ମଧ୍ୟରୁ ଗୋଟିଏ ଏବଂ ଅନେକ ଭାରତୀୟ ଏହାକୁ ଭଲ ପାଆନ୍ତି | ଏହି ଡିସ୍ ଓଡିଆ ଶ style ଳୀରେ ପ୍ରସ୍ତୁତ ଏବଂ ଆମର ଅନ୍ୟତମ ପାଠକ ମିସ୍ ସ୍ମାରାନିକା ଦ୍ୱାରା ପ୍ରସ୍ତୁତ | ଏହି ଡିସ୍ ବହୁତ ସ୍ୱାଦିଷ୍ଟ ଏବଂ ଆପଣ ଉଭୟ ରାତ୍ରୀ ଭୋଜନ ଏବଂ ମଧ୍ୟାହ୍ନ ଭୋଜନରେ ଖାଇପାରିବେ |

ଆଳୁ କୋବି କଷା କରିବା ପାଇଁ ସାମଗ୍ରୀ ଦରକାର
- କୋବି ୭୦୦ ଗ୍ରାମ
- ଆଳୁ ୩୦୦ ଗ୍ରାମ
- ପିଆଜ ୨ ଟି
- ରସୁଣ ୧୦ ପାଖୁଡା
- ଅଦା ଛୋଟ ଖଣ୍ଡ
- ଲଙ୍କା ଗୁଣ୍ଡ ୧ ଚାମଚ
- ହଳଦୀ ୧ ଚାମଚ
- ଡାଲଚିନି ଗୁଣ୍ଡ ଅଳ୍ପ
- ରିଫାଇନ ତେଲ ୫ ବଡ଼ ଚାମଚ
- ଲୁଣ ସ୍ୱାଦ ଅନୁଯାଇ
- ଧନିଆ ପତ୍ର
ଆଳୁ କୋବି କଷା ତିଆରି କରିବା ପ୍ରଣାଳୀ
- ଆଳୁ ଶିଝେଇ ଦିଅନ୍ତୁ ଏବଂ ତାର ଚୋପା ବାହାର କରନ୍ତୁ
- କୋବି କୁ ଛୋଟ ଛୋଟ କାଟି ଦିଅନ୍ତୁ ଏବଂ ଭଲ ଭାବ ରେ ଧୋଇ ଦିଅନ୍ତୁ
- ରସୁଣ, ୧ ଟି ପିଆଜ, ଅଦା ର ଭଲ ଭାବି ରେ ବାଟି ଦିଅନ୍ତୁ
- ଆଉ ୧ ଟି ପିଆଜ କୁ ଭଲ ଭାବି ରେ କାଟି ଦିଅନ୍ତୁ
- ୨ ବଡ଼ ଚାମଚ ରିଫାଇନ ତେଲ କଢେଇ ରେ ଗରମ କରନ୍ତୁ, ସେଥିରେ କୋବି କୁ ଭଲ ଭାବ ରେ ଭାଜି ଦିଅନ୍ତୁ | କିଛି ସମୟ ପରେ ଏହାକୁ କାଢି ଦିଅନ୍ତୁ (କୋବି ଭଲ ରେ ଭାଜି ହୋଇଛି କି ନାହିଁ ଆପଣ ଛୁଇଁହିଁ ଜାଣି ପାରିବେ
- ବର୍ତମାନ କଢେଇ ରେ ଆଉ ୩ ବଡ଼ ଚାମଚ ରିଫାଇନ ତେଲ ଦିଅନ୍ତୁ ସେଥିରେ କଟା ପିଆଜ ପକାନ୍ତୁ, ପିଆଜ ଲାଲ ହେବ ପରେ ସେଥିରେ ବଟା ଯାଇଥିବା ପେଷ୍ଟ ଏବଂ ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ ଦେଇ ଭଲ ରେ କଶନ୍ତୁ
- କମ ଆଞ୍ଚ ରେ ମସଲା କୁ କଶନ୍ତୁ, ଯେପରି ଏହା କଢେଇ ରେ ଲାଗି ନ ଯାଏ
- ସେହି ମସଲା ରେ ବର୍ତମାନ ଭଜା କୋବି ଏବଂ ଆଳୁ ଦିଅନ୍ତୁ, ଭଲ ରେ କଶନ୍ତୁ ଅଳ୍ପ ପାଣି ଦେଇ | ପାଣି ଶୁଖିବା ଯାଏ ଅପେକ୍ଷା କରନ୍ତୁ (୫ ରୁ ୭ ମିନଟ
- ଏହାକୁ ତଳକୁ କାଢି ଆଣନ୍ତୁ ଏବଂ ଭଲ ରେ ଗୋଳେଇ ଦିଅନ୍ତୁ | ସେଥିରେ ଡାଲଚିନି ଗୁଣ୍ଡ ଦିଅନ୍ତୁ ଏବଂ ଘୋଡାଇ ରଖନ୍ତୁ ଯେପରି ଏହାର ସୁଗନ୍ଧ ବାହାରକୁ ନ ଯାଏ
- ଭାତ ଏବଂ ରୁଟି ସାଙ୍ଗରେ ଏହାକୁ ଧନିଆ ପତ୍ର ଦେଇ ବଢ଼ାନ୍ତୁ