ପାସ୍ତା ମସଲା ରେସପି ସାମଗ୍ରୀ
- ସୋୟାବିନ ବଡି
- ବନ୍ଧା କୋବି
- ପିଆଜ
- କାପ୍ସିକମ
- ଗାଜର
- ଜିରା
- ସୋୟା ସସ
- ଭିନେଗାର
- ଚିଲି ସସ
- ଟମାଟୋ ସସ
- ଜିରା ଗୁଣ୍ଡ
- ଲଙ୍କା ଗୁଣ୍ଡ
ପାସ୍ତା ମସଲା ତିଆରି କରିବା ପ୍ରଣାଳୀ
୧. ସୋୟାବିନ ବଡି ପାଣି ରେ ୧୦ ମିନଟ ଯାଏ ସିଝାନ୍ତୁ ଏବଂ ଶୁଖାଇ ଅନ୍ୟ ପତ୍ର ରେ ରଖନ୍ତୁ
୨. କାପ୍ସିକମ, ଗାଜର, କୋବି କୁ ସମାନ ସାଇଜ ର କାଟନ୍ତୁ ଏବଂ ପିଆଜ କୁ ପତଳା କାଟନ୍ତୁ
୩. ଚୌଡା କଢେଇ ଗରମ କରନ୍ତୁ ସେଥିରେ କିଛି ତେଲ ଦିଅନ୍ତୁ ତା ପରେ କିଛି ଜିରା ଦିଅନ୍ତୁ, ବର୍ତମାନ ପିଆଜ କୁ ପକେଇ ଭଲ ରେ ଭାଜନ୍ତୁ
୪. ଗାଜର, କୋବି, କାପ୍ସିକମ କୁ ପକାଇ ୨ ରୁ ୩ ମିନଟ ରାନ୍ଧନ୍ତୁ ଏବଂ ସେଥିରେ ସ୍ୱାଦ ଅନୁଯାଇ ଲୁଣ ଦିଅନ୍ତୁ
୫. ଅଧା ଚାମଚ ଟମାଟୋ, ଚିଲି, ସୋୟା ସସ ଏବଂ ଭିନେଗାର ପକାନ୍ତୁ
୬. ବର୍ତମାନ ସେଥିରେ ସୋୟା ବଡି ଦେଇ ଭଲ ରେ ରାନ୍ଧନ୍ତୁ ୨ ମିନଟ ପାଇଁ
୭. ଲଙ୍କା ଗୁଣ୍ଡ, ଜିରା ଗୁଣ୍ଡ ଦେଇ ୧ ମିନଟ ପାଇଁ ଭଲ ରେ ରାନ୍ଧନ୍ତୁ
୮. ଧନିଆ ପତ୍ର ଦେଇ ଖାଇବାକୁ ପରସନ୍ତୁ