କୁକୁଡ଼ା ମାଂସ କଷା
- (ହାଡ଼ ଥିବା କୁକୁଡ଼ା ମାଂସ ୨୫୦ ଗ୍ରାମ)
- (ଅଧା କପ ପତଳା ଦହି)
- (ଶୁଖା ଲଙ୍କା)
- (ଅଧା କପ ତେଲ)
- (କଟା ଧନିଆ ପତ୍ର)
- (୧ଟି ଲେମ୍ବୁ ର ରସ)
- (ଲୁଣ)
- (୧ ଚାମଚ ହଳଦୀ)
- (୧ କଟା ଟମାଟୋ)
- (୩ଟି ବଡ଼ କଟା ପିଆଜ)
- (୧ ଚାମଚ ଗୋଲ ମରିଚ)
- (୧ ଚାମଚ ଧନିଆ ଗୁଣ୍ଡ)
- (୧ ଚାମଚ ଜିରା ଗୁଣ୍ଡ)
- (୨ ଚାମଚ ଅଦା ରସୁଣ ପେଷ୍ଟ)
- (୧ ଚାମଚ ଲଙ୍କା ଗୁଣ୍ଡ)
- (୧ ଚାମଚ ତରକାରୀ ମସଲା ଗୁଣ୍ଡ)
- (୧ ଚାମଚ ଗରମ ମସଲା ଗୁଣ୍ଡ)
କୁକୁଡ଼ା ମାଂସ କଷା
- ମାଂସ କୁ ଭଲ ରେ ଧୋଇ ଦିଅନ୍ତୁ ଏବଂ ସେଥିରେ ଲେମ୍ବୁ ରସ କୁ ଗୋଳେଇ ରଖନ୍ତୁ
- କଢେଇ ରେ ତେଲ ଗରମ କରନ୍ତୁ ଏବଂ ସେଥିରେ ଶୁଖା ଲଙ୍କା ଏବଂ ପିଆଜ ପକାନ୍ତୁ
- ପିଆଜ ଲାଲ ହେଇ ଆସିଲେ ସେଥିରେ ଅଦା ରସୁଣ ମସଲା ଏବଂ ହଳଦୀ,ଲଙ୍କା,ଦହି,ଗୋଲମରିଚ ଆଦି ମସଲା ପକାଇ ଦିଅନ୍ତୁ ଏବଂ ଭଲ ରେ କଶନ୍ତୁ ଯେପରି ତେଲ ମସଲା ଠାରୁ ଅଲଗା ହେଇ ଯାଉ
- ମାଂସ କୁ ଭଲ ରେ ମିଶାନ୍ତୁ
- କାମ ଆଞ୍ଚ ରେ ଘୋଡେଇ ଦିଅନ୍ତୁ ୧୫ ରୁ ୨୦ ମିନଟ ପାଇଁ, ମାନେ ରଖନ୍ତୁ ମଝିରେ ମଝିରେ ଦେଖୁଥାନ୍ତୁ ଯେପରି ମାଂସ ପୋଡି ନ ଯାଏ
- ୨୦ ମିନଟ ପରେ ଯଦି ମାଂସ ହେଇ ଯାଇଥାଏ ଆଞ୍ଚ ବଢ଼ାଇ ଝୋଳ କୁ ମାରି ଦିଅନ୍ତୁ
- ବର୍ତମାନ ସେଥିରେ କିଛି ଗରମ ମସଲା ଦିଅନ୍ତୁ ଏବଂ ଧନିଆ ପତ୍ର, ଘୋଡେଇ ରଖି ଦିଅନ୍ତୁ ଏବଂ ଖାଇଲା ବେଳେ କଢେଇ ଖୋଲି ଗରମ ଭାତ ସହ ବଢ଼ାନ୍ତୁ
ଆଶା କରୁଛୁ ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିବ | ଯଦି ହଁ ତାହେଲେ ସାଙ୍ଗ ମାନଙ୍କ ସହ ଏହି ପୋଷ୍ଟ କୁ ଶେୟାର କରନ୍ତୁ, ମନୋରଞ୍ଜନ ଦୁନିଆର ଅଧିକ ଖବର ପଢିବା ପାଇଁ ଏବଂ ଗ୍ଲାମର ନ୍ୟୁଜ ର ସମ୍ପୂର୍ଣ ଅପଡେଟ ପାଇଁ ଆଜି ହିଁ ଆମ ଇନଷ୍ଟାଗ୍ରାମ ପେଜ କୁ ଲାଇକ କରନ୍ତୁ| ୱେବସାଇଟ ବୁକମାର୍କ କରି ପ୍ରତିଦିନ ର ଅପଡେଟ ଚେକ କରନ୍ତୁ ତୁ । ଧନ୍ୟବାଦ