ଓଡ଼ିଆ ମାଛ ମସଲା ତରକାରୀ

 ଓଡ଼ିଆ ମାଛ ମସଲା ତରକାରୀ

  • ୫୦୦ ଗ୍ରାମ ମାଛ
  •  ଚାମଚ ଜିରା
  • ୫୦ ଗ୍ରାମ ପିଆଜ
  • ଲଙ୍କା ଗୁଣ୍ଡ ୧ ଚାମଚ
  • ହଳଦୀ ଗୁଣ୍ଡ ୧/୨ ଚାମଚ
  • ବଡ଼ ଗୋଟା ରସୁଣ ,  ଅଦା ଜୀରା ଚିକଣ ବଟା
  • ଧନିଆ ପତ୍ର
  • ୪ ଟି ତେଜ ପତ୍ର

କେମିତି ତିଆରି କରିବେ, ଓଡ଼ିଆ ମାଛ ମସଲା ତରକାରୀ

୧. ମାଛ କୁ ଭଲ ଭାବରେ ଧୋଇ ଦିଅନ୍ତୁ ଏବଂ ଲୁଣ ହଳଦୀ ଦେଇ ଗୋଳେଇ ଦିଅନ୍ତୁ

୨. ବର୍ତମାନ କଢେଇ ଗରମ କରନ୍ତୁ ସେଥିରେ କିଛି ତେଲ ଦିଅନ୍ତୁ

୩. ତେଲ ଭଲ ରେ ଗରମ ହେବା ପରେ ସେଥିରେ ମାଛ ଛ|ଢନ୍ତୁ ଏବଂ ଛାଣି ବାହାର କରନ୍ତୁ (ଲାଲ ହେବା ପରେ)

୪. ବର୍ତ୍ତମାନ ସେହି ଛଣା ହେଇ ବଂଚି ଥିବା ତେଲ ରେ ଆଉ ଟିକେ ତେଲ ଦେଇ ଗରମ କରନ୍ତୁ

୫. ତେଜ ପତ୍ର ତେଲ ରେ ପକାନ୍ତୁ

୬. ତା ପରେ ପିଆଜ କଟା ଗୁଡିକ ତେଲ ରେ ପକାନ୍ତୁ

୭. ଅଳ୍ପ ଲାଲ ହେବା ପରେ ଅଦା ରସୁଣ ଜିରା ବଟା କୁ ସେଥିରେ ପକାନ୍ତୁ

୮. ବର୍ତମାନ ମସଲା କୁ ଅଳ୍ପ ପାଣି ଏବଂ ଲୁଣ ଦେଇ  ଭଲ ରେ କଶନ୍ତୁ

୯. ମସଲା ଟି ଭଲ ରେ ୧୫  ମିନଟ କଷିବା କୁ ଦିଅନ୍ତୁ ଯେପରି ମସଲା ଗନ୍ଧ ନ ରହେ

୧୦. ବର୍ତମାନ ମାଛ ପକେଇ ଦେଇଅନ୍ତୁ ଏବଂ ଆସ୍ତେ ଆସ୍ତେ କଶନ୍ତୁ (ମାନେ ରହେ ଧୀରେ ନ କଲେ ମାଛ ଭାଙ୍ଗି ଯିବ) 

୧୧. ବର୍ତମାନ ପାଣି ଦିଅନ୍ତୁ ଏବଂ ଅଳ୍ପ ଫୁଟାନ୍ତୁ ୧୫ ମିନଟ ପାଇଁ ଏବଂ ଘରେ ତିଆରି ଗରମ ମସଲା ଏବଂ ଧନିଆ ପତ୍ର କୁ ପକାନ୍ତୁ

୧୨. ଆପଣଙ୍କ ମାଛ ମସଲା ବର୍ତମାନ

Image credit: Youtube

ଆଶା କରୁଛୁ ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିବ | ଯଦି ହଁ ତାହେଲେ ସାଙ୍ଗ ମାନଙ୍କ ସହ ଏହି ପୋଷ୍ଟ କୁ ଶେୟାର କରନ୍ତୁ, ମନୋରଞ୍ଜନ ଦୁନିଆର ଅଧିକ ଖବର ପଢିବା ପାଇଁ ଏବଂ ଗ୍ଲାମର ନ୍ୟୁଜ ର ସମ୍ପୂର୍ଣ ଅପଡେଟ ପାଇଁ ଆଜି ହିଁ ଆମ ଇନଷ୍ଟାଗ୍ରାମ ପେଜ କୁ ଲାଇକ କରନ୍ତୁ| ୱେବସାଇଟ ବୁକମାର୍କ କରି ପ୍ରତିଦିନ ର ଅପଡେଟ ଚେକ କରନ୍ତୁ ତୁ । ଧନ୍ୟବାଦ
Previous Post Next Post