ବୁଟ ଡାଲି ନଡିଆ ବରା

ବୁଟ ଡାଲି ନଡିଆ ବରା 

  • ବୁଟ ଡାଲି - 2 cup
  • କୋରା ହୋଇଥିବା ନଡିଆ 1 ½ cup
  • ଗୋଟା ଜିରା - 1 Tsp
  • ଭ୍ରୁଶୁଙ୍ଗା ପତ୍ର
  • ଲୁଣ
  • ତେଲ
  • ପିଆଜ - 1
  • କଞ୍ଚାଲଙ୍କା 4-5 Nos.
  • ଅଦା - 1/2 inch
  • ରସୁଣ 4-5 cloves

ବୁଟ ଡାଲି ନଡିଆ ବରା ତିଆରି

୧. ଗୋଟିଏ ପାତ୍ରରେ କିଛି ପାଣି ନିଅନ୍ତୁ ଏବଂ ସେଥିରେ ବୁଟ ଡାଲିକୁ ୩ ଘଣ୍ଟା ପର୍ଯ୍ୟନ୍ତ ବତୁରାନ୍ତୁ

୨. ସେହି ବତୁରା ଡାଲି, କୋରା ନଡିଆ, କଞ୍ଚାଲଙ୍କା, ଅଦା,ରସୁଣ,ଗୋଟା ଜିରା ଏକଠୀ ମିସେଇ ବାଟି ଦିଅନ୍ତୁ, ତାକୁ ଚିକଣ କରି ଵାଟନ୍ତୁ ଏବଂ ଏଥିରେ ପାଣି ମିଶାନ୍ତୁ ନାହିଁ 

୩.  ତା’ପରେ କଟାହୋଇଥିବା ପିଆଜ ଏବଂ ଲୁଣ ମିସାନ୍ତୁ ଓ ଭଲଭାବରେ ଗୋଳାଇ ନିଅନ୍ତୁ

୪.  ତାପରେ ଗୋଟେ କଢେଇ କିଛି ତେଲ ନେଇ ଗରମ୍ କରନ୍ତ, ପ୍ରସ୍ତୁତ ହୋଇଥିବା ସେହି ମିଶ୍ରଣରୁ ଛୋଟୋ ଛୋଟୋ ଗୁଳା କରନ୍ତୁ , ସେହି ଗୁଳାକୁ ପାପୁଲି ସାହାଯ୍ୟରେ ଚପାଇ ଗୋଲ ଆକୃତି ଦିଅନ୍ତୁ ଓ ଗରମ ହୋଇଥିବା ତେଲରେ ଛାଣନ୍ତୁ

୫.  ପ୍ରସ୍ତୁତ ହୋଇଗଲା  ଆପଣଙ୍କର ବୁଟ ଡାଲି ନଡିଆ ବରା

image credit: indianhealthyrecipes

ଆଶା କରୁଛୁ ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିବ | ଯଦି ହଁ ତାହେଲେ ସାଙ୍ଗ ମାନଙ୍କ ସହ ଏହି ପୋଷ୍ଟ କୁ ଶେୟାର କରନ୍ତୁ, ମନୋରଞ୍ଜନ ଦୁନିଆର ଅଧିକ ଖବର ପଢିବା ପାଇଁ ଏବଂ ଗ୍ଲାମର ନ୍ୟୁଜ ର ସମ୍ପୂର୍ଣ ଅପଡେଟ ପାଇଁ ଆଜି ହିଁ ଆମ ଇନଷ୍ଟାଗ୍ରାମ ପେଜ କୁ ଲାଇକ କରନ୍ତୁ| ୱେବସାଇଟ ବୁକମାର୍କ କରି ପ୍ରତିଦିନ ର ଅପଡେଟ ଚେକ କରନ୍ତୁ ତୁ । ଧନ୍ୟବାଦ
Previous Post Next Post