ମଟନ କଷା ତରକାରି ରେସପି - ଖାଇଲେ ଭୁଲି ପାରିବେନି

Mutton Curry Odia Recipe
image credit: youtube

ମଟନ ତରକାରି ରେସପି 

- ମଟନ 
- କଟା ପିଆଜ
- ଅଦା,ରସୁଣ ଓ ପିଆଜ ପେଷ୍ଟ 
- ଧନିଆଗୁଣ୍ଡ, ଜିରା ଗୁଣ୍ଡ 
- ଲଙ୍କା ଗୁଣ୍ଡ
- ଗୋଟା ରସୁଣ 
- ଟମାଟୋ
- ଲୁଣ 
- ହଳଦୀ
- ସୋରିଷ ତେଲ
- ଧନିଆ ପତ୍ର
- ଡାଲଚିନ ଗୁଣ୍ଡ 
- ଗରମ ମସଲା
- ମଟନ କରି ପାଉଡର

ମଟନ ତରକାରି ତିଆରି

୧. ମଟନ କୁ ଭଲ ଭାବରେ ଧୋଇ ଏକ ପାତ୍ରରେ ରଖନ୍ତୁ। ସେଥିରେ  ଅଳ୍ପ ହଳଦୀ, ଲୁଣ, ସୋରିଷ ତେଲ ଓ ପିଆଜ ପକାଇ ଗୋଳାନ୍ତୁ। ଏହି ମିଶ୍ରଣକୁ କିଛି ସମୟ ରଖନ୍ତୁ। 

୨. ପରେ ଏକ କଡ଼େଇରେ ତେଲ ଗରମ କରନ୍ତୁ। ସେଥିରେ ଅଳ୍ପ ଟିକେ ଚିନି ପକାନ୍ତୁ। ଚିନି ଲାଲ ହୋଇଆସିବା ବେଳକୁ ସେଥିରେ କଟା ପିଆଜ ପକାନ୍ତୁ।  

୩.  ପିଆଜ ଲାଲ ହୋଇଆସିବା ପରେ ଅଦା, ରସୁଣ ଓ ପିଆଜ ପେଷ୍ଟ ପକାନ୍ତୁ। ଏହାକୁ ଭଲ ଭାବରେ କଷନ୍ତୁ। 

୪.  ପରେ ସେଥିରେ ଧନିଆଗୁଣ୍ଡ, ଜିରା ଗୁଣ୍ଡ  ଓ ଲଙ୍କା ଗୁଣ୍ଡ ପକାଇ ଗୋଳାନ୍ତୁ। ଟମାଟୋ ପକାଇ ପୁଣି ଭଲ ଭାବରେ  କଷନ୍ତୁ। 

୫.  ମସଲା ଭଲ ଭାବରେ କଷି ହୋଇଯିବା ପରେ ସେଥିରେ ମଟନ କରି ପାଉଡର ପକାନ୍ତୁ। ଏହା ପରେ ଡାଲଚିନ୍‌ ଗୁଣ୍ଡ ପକାଇ ତାକୁ ଭଲ ଭାବରେ ଗୋଳାନ୍ତୁ। ସେଥିରେ ଅଳ୍ପ ପାଣି ଦିଅନ୍ତୁ।  କିଛି ଗୋଟା ରସୁଣ ପକାନ୍ତୁ। (ଗୋଟା ରସୁଣ  ମଟନ ତରକାରି ଟେଷ୍ଟକୁ ଅଧିକ ବଢ଼ାଇଥାଏ  ଓ ତରକାରି ଖରାପ ହୋଇନଥାଏ। )

୬. ଏହାପରେ  ମଟନକୁ ପକାନ୍ତୁ ଓ ମସଲା ସହିତ ଏହାକୁ ଭଲଭାବରେ ଗୋଳାନ୍ତୁ। ସ୍ୱାଦ ଅନୁଯାୟୀ ଲୁଣ ପକାନ୍ତୁ। 

୭. ଏହାପରେ କଡ଼େଇକୁ ଢାଙ୍କି ଦିଅନ୍ତୁ। ମଝିରେ ମଝିରେ ଢାଙ୍କୁଣି କାଢ଼ି ଏହାକୁ ଚଲାନ୍ତୁ। ନହେଲେ ମାଂସ ଲାଗି ଯାଇପାରେ। ଆଞ୍ଚକୁ ସିମ୍‌ ମଧ୍ୟ କରି ଦିଅନ୍ତୁ। 

୮.  ମଟନରୁ ପାଣି ବାହାରୁଛି ତା’ ହେଲେ ପାଣି ମରିବା ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ। ଏହାପରେ ଏହାକୁ କିଛି ସମୟ କଷନ୍ତୁ। ତା’ପରେ ଆବଶ୍ୟକ ଅନୁଯାୟୀ ପାଣି ଦିଅନ୍ତୁ। ମାଂସ ସିଝିଯିବା ପରେ ଏହାକୁ ନିଆଁରୁ ଓହ୍ଲାଇ ଆଣନ୍ତୁ। ଏହାପରେ ଏଥିରେ ଗରମ ମସଲା ଓ ଧନିଆ ପାଉଡର ପକାନ୍ତୁ।

୯. ଏହାକୁ ଆପଣ ରୁଟି ଓ ଭାତ ସହ ଖାଇପାରିବେ।

ଆଶା କରୁଛୁ ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିବ | ଯଦି ହଁ ତାହେଲେ ସାଙ୍ଗ ମାନଙ୍କ ସହ ଏହି ପୋଷ୍ଟ କୁ ଶେୟାର କରନ୍ତୁ, ମନୋରଞ୍ଜନ ଦୁନିଆର ଅଧିକ ଖବର ପଢିବା ପାଇଁ ଏବଂ ଗ୍ଲାମର ନ୍ୟୁଜ ର ସମ୍ପୂର୍ଣ ଅପଡେଟ ପାଇଁ ଆଜି ହିଁ ଆମ ଇନଷ୍ଟାଗ୍ରାମ ପେଜ କୁ ଲାଇକ କରନ୍ତୁ| ୱେବସାଇଟ ବୁକମାର୍କ କରି ପ୍ରତିଦିନ ର ଅପଡେଟ ଚେକ କରନ୍ତୁ ତୁ । ଧନ୍ୟବାଦ
Previous Post Next Post