ଛତୁ ତରକାରି

Image credit: google

 ଛତୁ ତରକାରି ସାମଗ୍ରୀ ଦରକାର

1. ଛତୁ ୨୫୦ ଗ୍ରାମ
2. ଆଳୁ ୧ ଟି
3. ପିଆଜ ୧ ଟି
4. ରସୁଣ ୪-୫ ପାଖୁଡା
5. କଞ୍ଚା ଲଙ୍କା
6. ହଳଦୀ ଗୁଣ୍ଡ ୧ ଚାମଚ
7. ଜିରା ଗୁଣ୍ଡ ୧ ଚାମଚ
8. ଲଙ୍କା ଗୁଣ୍ଡ ଅଧା ଚାମଚ
9. ଚିନି ଅଧା ଚାମଚ
10. ସୋରିଷ ତେଲ
11. ଲୁଣ ସ୍ୱାଦ ଅନୁଯାଇ
12. ଧନିଆ ପତ୍ର


କେମିତି ତିଆରି କରିବେ ଛତୁ ତରକାରି)

୧. ଛତୁ ଗୁଡିକ ଛୋଟ ଛୋଟ କାଟି ଦିଅନ୍ତୁ, ମୁ ବଟନ ଛତୁ ବ୍ୟବହାର କରିଛି ଆପଣ ଦେଶୀ ଛତୁ ବ୍ୟବହାର କଲେ ଭଲ 

୨. ଆଳୁ ଗୁଡିକ ଛୋଟ ଛୋଟ କାଟି ଦିଅନ୍ତୁ 

୩. ପିଆଜ କୁ କାଟି, ରସୁଣ ଏବଂ କଞ୍ଚା ଲଙ୍କା ସହ ବାଟି ଦିଅନ୍ତୁ 

୪. କଢେଇ ଗରମ କରନ୍ତୁ, ସେଥିରେ ଅଳ୍ପ ତେଲ ଦେଇ ଛତୁ କୁ ଫ୍ରାଏ କରନ୍ତୁ ୫ ରୁ ୬ ମିନିଟ ଯାଏ ଏବଂ ବାହାର କରି ରଖନ୍ତୁ 

୫. ଆଳୁ ଗୁଡିକ ଏବେ ସେହି ତେଲ ରେ ପକାନ୍ତୁ ଏବଂ ନରମ ହେବ ଯାଏ ଫ୍ରାଏ କରନ୍ତୁ ଏବଂ ବାହାର କରି ରଖନ୍ତୁ 

୬. ଏବେ ସେହି କଢେଇ ରେ ତେଲ ଗରମ କରି ଅଧା ଚାମଚ ଚିନି ପକେଇ ମିଶାଇ ଦିଅନ୍ତୁ , ମନେ ରଖନ୍ତୁ କଢେଇ ତେଲ ଗରମ ହେବ ଦରକାର 

୭. ପିଆଜ ବଟା କୁ ସେଥିରେ ଢଳାନ୍ତୁ ଏବଂ ଫ୍ରାଏ କରନ୍ତୁ କିଛି ସମୟ ପାଇଁ, ଏବଂ ସେଥିରେ ମସଲା ଗୁଡିକ (ହଳଦୀ, ଲଙ୍କା ଗୁଣ୍ଡ, ଜିରା ଗୁଣ୍ଡ) ଦିଅନ୍ତୁ ଏବଂ ଅଳ୍ପ ପାଣି ଦିଅନ୍ତୁ, କିଛି ସମୟ ଫ୍ରାଏ କରନ୍ତୁ ଯେପରି ତେଲ ସୁଖୀ ଯାଏ 


୮. ବର୍ତମାନ ଛତୁ, ଆଳୁ କୁ ସେଥିରେ ପକାନ୍ତୁ ଏବଂ ଫ୍ରାଏ କରନ୍ତୁ, ୩ ରୁ ୪ ମିନଟ ପାଇଁ , ଏବଂ ସ୍ୱାଦ ଅନୁଯାଇ ଲୁଣ ଦିଅନ୍ତୁ 

୯. ସେଥିରେ ପାଣି ଦିଅନ୍ତୁ, ଅପେକ୍ଷା କରନ୍ତୁ ଭଲ ରେ ମସଲା ମିଶିବା ପାଇଁ 

୧୦. ବଢ଼ାନ୍ତୁ ରୁଟି ଏବଂ ଭାତ ସହିତ , ଅଳ୍ପ ଧନିଆ ପତ୍ର ଦେଇ 


ରେସିପି ତିଆରି କରିଛନ୍ତି 
ପୁଷ୍ପ ଲତା ଜେନା
ରାଉରକେଲା, ଓଡିଶା

ଆପଣ ଯଦି ନିଜ ରେସିପେ ପଠେଇ ବାକୁ ଚାହୁଁଛନ୍ତି ତାହେଲେ ନିଜ ଫୋଟୋ,ରେସପି ଫୋଟୋ ଏବଂ ରେସପି ଆମକୁ ପଠାନ୍ତୁ - Odia360.com@gmail.com 


ଆଶା କରୁଛୁ ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିବ | ଯଦି ହଁ ତାହେଲେ ସାଙ୍ଗ ମାନଙ୍କ ସହ ଏହି ପୋଷ୍ଟ କୁ ଶେୟାର କରନ୍ତୁ, ମନୋରଞ୍ଜନ ଦୁନିଆର ଅଧିକ ଖବର ପଢିବା ପାଇଁ ଏବଂ ଗ୍ଲାମର ନ୍ୟୁଜ ର ସମ୍ପୂର୍ଣ ଅପଡେଟ ପାଇଁ ଆଜି ହିଁ ଆମ ଇନଷ୍ଟାଗ୍ରାମ ପେଜ କୁ ଲାଇକ କରନ୍ତୁ| ୱେବସାଇଟ ବୁକମାର୍କ କରି ପ୍ରତିଦିନ ର ଅପଡେଟ ଚେକ କରନ୍ତୁ ତୁ । ଧନ୍ୟବାଦ
Previous Post Next Post