![]() |
Image Credit: Google |
If You want to read this in English, Click Here
ଚିଙ୍ଗୁଡ଼ି ମସଲା ତରକାରୀ ସାମଗ୍ରୀ
- ୫ ବାଁଘୁଆ ଚିଙ୍ଗୁଡ଼ି
- ୧ କଟା ଟମାଟୋ
- ୧ ପିଆଜ କଟା
- ୧ ଛୋଟ ପିଆଜ
- ୨ କଞ୍ଚା ଲଙ୍କା କଟା
- ୨ ରସୁଣ ପାଖୁଡା
- ୨୫ ଗ୍ରାମ ଅଦା
- ୧ ପିସ ଡାଲଚିନି
- ସୋରିଷ ତେଲ
- ହଳଦୀ ଗୁଣ୍ଡ
- ଲୁଣ
- ଜିରା
- ଜିରା ଗୁଣ୍ଡ
- ଲଙ୍କା ଗୁଣ୍ଡ
- ଧନିଆ ପତ୍ର
ଚିଙ୍ଗୁଡ଼ି ମସଲା ତରକାରୀ ତିଆରି
୧. ଛୋଟ ପିଆଜ , ରସୁଣ, ଅଦା, ଡାଲଚିନି କୁ ଭଲ ରେ ପେଷ୍ଟ କରନ୍ତୁ୨. ଚିଙ୍ଗୁଡ଼ି ରେ ହଳଦୀ ଗୁଣ୍ଡ ଏବଂ ଲୁଣ ଦେଇ ଭଲ ରେ ଗୋଳେଇ ଦିଅନ୍ତୁ
୩. କଢେଇ ଗରମ କରି ସୋରିଷ ତେଲ ଢଳାନ୍ତୁ ଏବଂ ସେଥିରେ ଏହି ଚିଙ୍ଗୁଡ଼ି ଗୁଡିକ ଭଲ ରେ ଭାଜି ଦିଅନ୍ତୁ
୪. ବର୍ତମାନ କଢେଇ ଗରମ କରି ସେଥିରେ ସୋରିଷ ତେଲ ଦେଇ , ସେଥିରେ ଜିରା , କଟା ପିଆଜ, କଞ୍ଚା ଲଙ୍କା ଦେଇ ଭଲ ରେ ଫ୍ରାଏ କରନ୍ତୁ
୫. ପିଆଜ ଲାଲ ଦେଖା ହେଲା ପରେ ସେଥିରେ ପେଷ୍ଟ ଦିଅନ୍ତୁ ଏବଂ ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ, ଜିରା ଗୁଣ୍ଡ ଦିଅନ୍ତୁ ଏବଂ ଭଲ ରେ କଶନ୍ତୁ
୬. ୧୫ ମିନଟ ପରେ ସେଥିରେ ଟମାଟୋ ଦିଅନ୍ତୁ ଏବଂ ଲୁଣ ମଧ୍ୟ, ଏହା ପରେ ଭଲ ରେ କଶନ୍ତୁ ଯେପରି ତେଲ ବାହାରି ଆସେ
୭. ବର୍ତମାନ ସେଥିରେ ଚିଙ୍ଗୁଡ଼ି ଗୁଡିକ ଦେଇ ଭଲ ରେ କଷି ଦିଅନ୍ତୁ ଏବଂ ସେଥିରେ ଅଳ୍ପ ଗରମ ପାଣି ମଧ୍ୟ ଦେଇ ଦିଅନ୍ତୁ ଯଦି ଝୋଳ ଦରକାର ଥାଏ
୮. କମ ଆଞ୍ଚ ରେ ୫ ରୁ ୧୦ ମିନଟ ରଖନ୍ତୁ ତା ପରେ ଗରମ ମସଲା ଦିଅନ୍ତୁ ଏବଂ କିଛି ଧନିଆ ପତ୍ର
୯. ରୁଟି କିମ୍ବା ଭାତ ସହିତ ବଢାନ୍ତୁ