କୁକୁଡ଼ା ମାଂସ ଟୀକ୍କା ମସଲା ରେସପି

Image Credit: google


କୁକୁଡ଼ା ମାଂସ ଟୀକ୍କା ମସଲା ରେସପି ସାମଗ୍ରୀ ଦରକାର

- ୧ କପ ଦହି
- ୧ ଚାମଚ ଲେମ୍ବୁ ରସ
- ୨ ଚାମଚ ଜିରା ଗୁଣ୍ଡ 
- ୧ ଚାମଚ ଡାଲଚିନି ଗୁଣ୍ଡ 
- ୨ ଚାମଚ ଲଙ୍କା ଗୁଣ୍ଡ 
- ୨ ଚାମଚ ଗୋଲମରିଚ ଗୁଣ୍ଡ
- ୧ ଚାମଚ ଅଦା ଛୋଟ କଟା 
- ଲୁଣ ସ୍ୱାଦ ଅନୁଯାଇ
- ୩ ପିସ ହାଡ଼ ଏବଂ ଚମଡା ନ ଥିବା ଚିକେନ 
- ୧ ଚାମଚ ଲହୁଣୀ 
- ୧ ପାଖୁଡା ରସୁଣ 
- ୨ଟି ଲାଲ ସିମିଳା ଲଙ୍କା 
- ଟମାଟର ସସ
- ୧ କପ କ୍ରିମ 
- ଅଧା କପ କଟା ଧନିଆ ପତ୍ର
- ୪ ଟି ତନ୍ଦୁରି ପାଇଁ ବାଡ଼ି

କୁକୁଡ଼ା ମାଂସ ଟୀକ୍କା ମସଲା ତିଆରି ପ୍ରଣାଳୀ 


୧. ଏକ ବଡ଼ ଜାଗା ରେ ଦହି, ଲେମ୍ବୁ ରସ, ଜିରା ଗୁଣ୍ଡ, ଡାଲଚିନି ଗୁଣ୍ଡ, ଲଙ୍କା ଗୁଣ୍ଡ, ଗୋଲମରିଚ ଗୁଣ୍ଡ,  ଅଦା ଛୋଟ କଟା, ଲୁଣ ନେଇ ଭଲ ରେ ମିଶାନ୍ତୁ | ମାଂସ କୁ ସେଥିରେ ଗୋଳାଇ ଫ୍ରିଜ ରେ ୧ ଘଣ୍ଟା ରଖି ଦିଅନ୍ତୁ |

୨. ଆଞ୍ଚ କୁ ଆଗରୁ ଗରମ କରି ରଖନ୍ତୁ

୩. ଭଲ ରେ ତନ୍ଦୁରି କଣ୍ଟା(ବାଡ଼ି) ରେ ମାଂସ କୁ ଭଲ ରେ ଫୁଟାଇ ଆଞ୍ଚ ଅପରେ ଧୀରେ ଧୀରେ ରଖନ୍ତୁ, ଭଲ ଭାବ ରେ ସେକି ଦିଅନ୍ତୁ ଯେପରି ସବୁ ପାଖ ଭଲ ରେ ସିଝି ଯିବା

୪. ଗୋଟେ ପତ୍ର ରେ ଲହୁଣୀ ମୁ ହାଲକା ଗରମ କରନ୍ତୁ ଏବଂ ତରଲାଇ ଦିଅନ୍ତୁ |  

୫. ଲଙ୍କା ଗୁଣ୍ଡ, କାପ୍ସିକମ କୁ ଭଲ ଭାବ ରେ ମିଶାନ୍ତୁ ୧ ମିନିଟ ପାଇଁ | ବର୍ତମାନ ସେଥିରେ ଜିରା, ଲଙ୍କା ଗୁଣ୍ଡ ଏବଂ ଲୁଣ ମିଶାନ୍ତୁ |

୬. ବର୍ତମାନ ସେଥିରେ ଟମାଟୋ ସସ ଏବଂ କ୍ରିମ ମିଶାନ୍ତୁ, ୨୦ ମିନଟ ପାଇଁ ଭଲ ରେ ଗରମ କରନ୍ତୁ ଯେଭଳି ଏହା ଭଲ ରେ ସିଝି ଯାଉ

୭. ମାଂସ କୁ ସେଥିରେ ଦିଅନ୍ତୁ ଏବଂ ୧୦ ମିନଟ ପାଇଁ ଅପେକ୍ଷା କରନ୍ତୁ 

୮. ଖାଇବାକୁ ପରସନ୍ତୁ କିଛି ଧନିଆ ପତ୍ର ଦେଇ 

ରେସିପି ତିଆରି କରିଛନ୍ତି 
ଅର୍ପିତା ମହାପାତ୍ର 
ଭୁବନେଶ୍ୱର, ଓଡିଶା


ଆପଣ ଯଦି ନିଜ ରେସିପେ ପଠେଇ ବାକୁ ଚାହୁଁଛନ୍ତି ତାହେଲେ ନିଜ ଫୋଟୋ,ରେସପି ଫୋଟୋ ଏବଂ ରେସପି ଆମକୁ ପଠାନ୍ତୁ - Odia360.com@gmail.com 

ଆଶା କରୁଛୁ ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିବ | ଯଦି ହଁ ତାହେଲେ ସାଙ୍ଗ ମାନଙ୍କ ସହ ଏହି ପୋଷ୍ଟ କୁ ଶେୟାର କରନ୍ତୁ, ମନୋରଞ୍ଜନ ଦୁନିଆର ଅଧିକ ଖବର ପଢିବା ପାଇଁ ଏବଂ ଗ୍ଲାମର ନ୍ୟୁଜ ର ସମ୍ପୂର୍ଣ ଅପଡେଟ ପାଇଁ ଆଜି ହିଁ ଆମ ଇନଷ୍ଟାଗ୍ରାମ ପେଜ କୁ ଲାଇକ କରନ୍ତୁ| ୱେବସାଇଟ ବୁକମାର୍କ କରି ପ୍ରତିଦିନ ର ଅପଡେଟ ଚେକ କରନ୍ତୁ ତୁ । ଧନ୍ୟବାଦ
Previous Post Next Post