ଦହି ବାଇଗାନା ହେଉଛି ଏକ ଓଡିଆ ଖାଦ୍ୟ ଯାହାକି ଦହି ଏବଂ ବାଇଗଣରୁ ବିଶେଷ ଭାବରେ ପର୍ବ ସମୟରେ ପ୍ରସ୍ତୁତ ହୋଇଥାଏ | ପିଆଜ ଏବଂ ରସୁଣ ବ୍ୟବହାର ନକରି ଏହି ଖାଦ୍ୟ ପ୍ରସ୍ତୁତ କରାଯାଇପାରେ |
Image credit: google
If You want to read this in English, Click Here
ଦହି ବାଇଗଣ ତିଆରି ପାଇଁ ସାମଗ୍ରୀ ଦରକାର
1. ବାଇଗଣ2. ଲୁଣ
3. ରିଫାଇନ ତେଲ କିମ୍ବା ଅଲିଭ ତେଲ
4. ଦହି
5. ଗୋଟା ସୋରିଷ
6. ଭ୍ରୂଷଙ୍ଗ ପତ୍ର
7. ରସୁଣ ବଟା
8. ଲଙ୍କା ଗୁଣ୍ଡ
9. ହଳଦୀ ଗୁଣ୍ଡ
10. ଜିରା ଗୁଣ୍ଡ
କେମିତି ତିଆରି କରିବେ ଦହି ବାଇଗଣ
1. ପ୍ରଥମେ ବାଇଗଣ କୁ ଭଲ ଭାବେ ଧୋଇ ପତଳା ପତଳା କାଟନ୍ତୁ ଏବଂ ସେଥିରେ ଗୋଟା ସୋରିଷ, ରସୁଣ ବଟା , ଲଙ୍କା, ସାମାନ୍ୟ ହଳଦୀ ଏବଂ ଲୁଣ ମିଶାନ୍ତୁ2. କଢେଇ ରେ ତେଲ ଗରମ କରି ସେଥିରେ ବାଇଗଣ ଧୀରେ ଧୀରେ ପକାନ୍ତୁ ଏବଂ ଅପେକ୍ଷା କରନ୍ତୁ ଲାଲ ହେବ ଯାଏ , ତା ପରେ ଏହାକୁ ଗୋଟେ ଜାଗା ରେ ବାହାର କରି ରଖନ୍ତୁ
3. ଗୋଟେ ବଡ଼ ଜାଗା ନିଅନ୍ତୁ ସେଥିରେ ଦହି, ଲଙ୍କା ଗୁଣ୍ଡ, ଜିରା ଗୁଣ୍ଡ,ଲୁଣ,ଅଳ୍ପ ଭ୍ରୂଷଙ୍ଗ ପତ୍ର ଏବଂ କିଛି ପାଣି ମିଶନ୍ତି (ଧ୍ୟାନ ରଖନ୍ତୁ ଯେପରି ଦହି ପତଳା ନ ହେଇ ଯାଏ)...
4. ବାଇଗଣ ଗୁଡିକୁ ବର୍ତମାନ ଦହି ରେ ଛାଡ଼ି ଦିଅନ୍ତୁ କିଛି ସମୟ ପାଇଁ (ଭଲ ରେ ବାଇଗଣ କୁ ଦହି ରେ ମିଶାନ୍ତୁ ଯେଭଳି ବାଇଗଣ ଭଲ ରେ ବୁଡି ରହିବ)...କିଛି ସମୟ ପରେ ଭାତ କିମ୍ବା ରୁଟି ସାଙ୍ଗରେ ପରସନ୍ତୁ
ରେସିପି ତିଆରି କରିଛନ୍ତି
ପୁଷ୍ପ ଲତା ଜେନା
ରାଉରକେଲା, ଓଡିଶା
ଆପଣ ଯଦି ନିଜ ରେସିପେ ପଠେଇ ବାକୁ ଚାହୁଁଛନ୍ତି ତାହେଲେ ନିଜ ଫୋଟୋ,ରେସପି ଫୋଟୋ ଏବଂ ରେସପି ଆମକୁ ପଠାନ୍ତୁ - Odia360.com@gmail.com
ଆପଣ ଯଦି ନିଜ ରେସିପେ ପଠେଇ ବାକୁ ଚାହୁଁଛନ୍ତି ତାହେଲେ ନିଜ ଫୋଟୋ,ରେସପି ଫୋଟୋ ଏବଂ ରେସପି ଆମକୁ ପଠାନ୍ତୁ - Odia360.com@gmail.com