ହିନ୍ଦୁ ଶାସ୍ତ୍ର ଅନୁସାରେ ଝିଅ ମାନଙ୍କୁ ମା ଲକ୍ଷ୍ମୀଙ୍କର ସ୍ୱରୂପ ମାନା ଯାଇଥାଏ । ଯଦି ଘରେ ଝିଅ ମାନେ ଜନ୍ମ ହୁଅନ୍ତି ତା ହେଲେ କୁହାଯାଏ, ଘରକୁ ମା ଲକ୍ଷ୍ମୀ ଆସିଛନ୍ତି । ଶାସ୍ତ୍ରରେ ଝିଅ ମାନଙ୍କୁ ପୂଜନୀୟ କୁହାଯାଇଛି । ଝିଅ ମାନେ ଘରକୁ ସୁଖ ସମୃଦ୍ଧି ନେଇ ଆସିଥାନ୍ତି ।
ଜ୍ୟୋତିଷ୍ୟ ଶାସ୍ତ୍ର ଅନୁସାରେ ଝିଅ ମାନଙ୍କର ଜନ୍ମ ମାସ ମଧ୍ୟ ସେମାନଙ୍କୁ ଭାଗ୍ୟବତି ବନେଇ ଥାଏ । ଏହି ଝିଅ ମାନେ ନିଜ ବାପଘର ସହିତ ନିଜ ଶଶୁର ଘର ପାଇଁ ମଧ୍ୟ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି ।ଆଜିଆମେ ଆପଣ ମାନଙ୍କୁ ଏହି ସମସ୍ତ ମାସ ବିଷୟରେ କହିବାକୁ ଯାଉଛୁ, ଯେଉଁ ମାସରେ ଜନ୍ମ ହୋଇଥିବା ଝିଅ ମାନେ ଲକ୍ଷ୍ମୀ ନ୍କ ସ୍ୱରୂପ ଅଟନ୍ତି ।
ଫେବୃୟାରି ମାସ: ଏହି ମାସରେ ଜନ୍ମ ହୋଇଥିବା ଝିଅ ମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି । ଏମାନଙ୍କ ସ୍ଵଭାବ ବହୁତ ବିନମ୍ର ହେବା ସହିତ ଏମାନେ ବୁଦ୍ଧିମତୀ ମଧ୍ୟ ହୋଇଥାନ୍ତି । ଏହି ଝିଅ ମାନଙ୍କୁ ବିବାହ ପରେ ଭଲ ଘର ମିଳିବା ସହିତ ଅନେକ ସୁଖ ସମୃଦ୍ଧି ମଧ୍ୟ ମିଳିଥାଏ ।
ଏପ୍ରିଲ ମାସ: ଏହି ମାସରେ ଜନ୍ମ ହୋଇଥିବା ଝିଅମାନଙ୍କୁ ସାକ୍ଷାତ ଲକ୍ଷ୍ମୀ ସ୍ୱରୂପ ଅଟନ୍ତି । ଶାସ୍ତ୍ର ଅନୁସାରେ ଏହି ମାସରେ ଜନ୍ମ ହୋଇଥିବା ଝିଅ ମାନଙ୍କ ଭାଗ୍ୟ ବହୁତ ଭଲ ହୋଇଥାଏ । କାରଣ ଏହି ଝିଅ ମାନଙ୍କର ଗ୍ରହର ଚଳନ ବହୁତ ତୀବ୍ର ହୋଇଥାଏ । ଏହି ଝିଅ ମାନଙ୍କ ପରିବାରକୁ କେବେହେଲେ ଧନର ଅଭାବ ହୁଏ ନାହିଁ ଓ ଏହି ଝିଅ ମାନଙ୍କ ସହ ଯେଉଁ ପୁଅ ମାନେ ବିବାହ କରନ୍ତି ସେମାନଙ୍କ ଭାଗ୍ୟ ବଦଳି ଯାଇଥାଏ ।
ସେପ୍ଟେମ୍ବର ମାସ: ଏହି ମାସରେ ଜନ୍ମ ହୋଇଥିବା ଝିଅ ମାନଙ୍କ ଜାତକରେ ଚନ୍ଦ୍ର, ଶୁକ୍ର ଓ ରାହୁ ଗ୍ରହର ମିଳନ ହୋଇଥାଏ । ଯେଉଁ କାରଣରୁ ଏହି ମାସରେ ଜନ୍ମ ହୋଇଥିବା ଝିଅ ମାନେ ବହୁତ ଧନୀ ହୋଇଥାନ୍ତି । ଏମାନଙ୍କୁ ତାଙ୍କ ଭାଗ୍ୟ ଦ୍ଵାରା ସମସ୍ତ ସୁଖ ମିଳିଥାଏ ଓ ଏମାନଙ୍କୁ କେବେହେଲେ କୌଣସି ଜିନିଷର ଅଭାବ ହୁଏ ନାହିଁ ।