କଣ୍ଠଶିଳ୍ପୀ ନେହା କକ୍କଡ଼ ମା’ ହେବାକୁ ଯାଉଛନ୍ତି ବୋଲି ଗତକାଲି ଗଣମାଧ୍ୟମରେ ବେଶ୍ ଚର୍ଚ୍ଚା ହେଉଥିବା ବେଳେ ଆଜି ଏଥିରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ଗତକାଲି ନେହା ଇନ୍ଷ୍ଟାଗ୍ରାମ୍ରେ ଛାଡ଼ିଥିବା ଫଟୋଟି ହେଉଛି ତାଙ୍କର ଆଗାମୀ ମ୍ୟୁଜିକ ଭିଡିଓ ‘ଖୟାଲ ରଖା କର୍’ର। ଏହି ଫଟୋରେ ନେହା ନିଜ ସ୍ବାମୀ ରୋହନପ୍ରୀତ୍ଙ୍କ ସହ ଠିଆ ହୋଇଥିବା ବେଳେ ଏଥିରେ ତାଙ୍କ ବେବି ବମ୍ପ ଦେଖିବାକୁ ମିଳିଛି। ମ୍ୟୁଜିକ୍ ଭିଡିଓର ପୋଷ୍ଟର ଯେଉଁଥିରେ ଏହି ଫଟୋ ରହିଛି ତାହାକୁ ନେହା ଆଜି ଇନ୍ଷ୍ଟାରେ ଛାଡ଼ିଛନ୍ତି। ଭିଡିଓଟି ଆସନ୍ତା ୨୨ ତାରିଖ ଦିନ ମୁକ୍ତିଲାଭ କରିବ।